ଏହି ଗୀତଗୁଡିକୁ କିଏ ଶୁଣିଛନ୍ତି??
କେରି କେରି ସୁନା ଦୁବ
ତୋ ଆଗରେ କିଛି ଧୂପ
ଶହେ ଆଠ ବେଲ ପତ୍ର
:
ତୁ ଚାଲିଯିବୁ ତୋ ଶାଶୁଘର
ପ୍ରଥମ ପ୍ରେମର ପ୍ରଥମଚିଠି
ବାଟରେ ଚାଲୁ ଚାଲୁ
ଝିଅ ଜନମ ପର ଘରକୁ
:
କିନ୍ତୁ ଏମିତି ଶତାଧିକ ଶ୍ରୁତିମଧୁର କାଳଜୟୀ ଗୀତର ନିର୍ମାତା ଯୁଗାନ୍ତକାରୀ ସଙ୍ଗୀତଜ୍ଞ ସ୍ବର୍ଗତ #ସରୋଜ_ନନ୍ଦ ବୋଲି କିଏ ଜାଣିଛନ୍ତି?
କେରି କେରି ସୁନା ଦୁବ
ତୋ ଆଗରେ କିଛି ଧୂପ
ଶହେ ଆଠ ବେଲ ପତ୍ର
:
ତୁ ଚାଲିଯିବୁ ତୋ ଶାଶୁଘର
ପ୍ରଥମ ପ୍ରେମର ପ୍ରଥମଚିଠି
ବାଟରେ ଚାଲୁ ଚାଲୁ
ଝିଅ ଜନମ ପର ଘରକୁ
:
କିନ୍ତୁ ଏମିତି ଶତାଧିକ ଶ୍ରୁତିମଧୁର କାଳଜୟୀ ଗୀତର ନିର୍ମାତା ଯୁଗାନ୍ତକାରୀ ସଙ୍ଗୀତଜ୍ଞ ସ୍ବର୍ଗତ #ସରୋଜ_ନନ୍ଦ ବୋଲି କିଏ ଜାଣିଛନ୍ତି?


ଯୁଗାନ୍ତକାରୀ ସଂଗୀତ ନିର୍ଦେଶକ ସ୍ବର୍ଗତ #ସରୋଜନନ୍ଦ ଙ୍କ 20ତମ ଶ୍ରାଦ୍ଧ ଦିବସରେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 
..
ଯାହାର ସଂଗୀତର କୁହୁକରେ ମନ ଗୋପାକାଶରେ କାଳିଆ ଜହ୍ନ ଉଇଁଆସେ, ହୃଦ ଯମୁନାରେ ଭକ୍ତିର ଜୁଆର ଉଠେ ଆଉ ଦେହ ମନ ସମର୍ପିତ ହୋଇଯାଏ ବଡ଼ ଦେଉଳରେ, ତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ପଢ଼ନ୍ତୁ ଏହି ଶୃଙ୍ଖଳଟି
..


ଯାହାର ସଂଗୀତର କୁହୁକରେ ମନ ଗୋପାକାଶରେ କାଳିଆ ଜହ୍ନ ଉଇଁଆସେ, ହୃଦ ଯମୁନାରେ ଭକ୍ତିର ଜୁଆର ଉଠେ ଆଉ ଦେହ ମନ ସମର୍ପିତ ହୋଇଯାଏ ବଡ଼ ଦେଉଳରେ, ତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ପଢ଼ନ୍ତୁ ଏହି ଶୃଙ୍ଖଳଟି

ବିଳମ୍ବିତ ଅଶୀ ଦଶକରେ ବାହାଭୋଜି, ପର୍ବପର୍ବାଣୀ ଆଦି ପାଇଁ ଓଡିଆ ସଂଗୀତ ବଜାରରେ ହିନ୍ଦି ଏବଂ କିଛି ଅଶ୍ଳୀଳ ଓଡ଼ିଆ ଗୀତ ଛଡା ଭଲ ଓଡ଼ିଆ ଗୀତର ଅଭାବ ଥିଲା l ଠିକ ସେତେବେଳେ ଓଡିଶା ସଂଗୀତ ଆକାଶରେ ଦୀପ୍ତିମାନ ସୂର୍ଯ୍ୟଭଳି ଉଇଁ ଆସିଥିଲେ ସରୋଜ ଏବଂ ଓଡିଶା ସଂଗୀତ ଦୁନିଆରେ ଏକ ଯୁଗାନ୍ତକାରୀ ଅଧ୍ୟାୟର ଘୋଷଣା କରିଥିଲେ l ୨/ଲଗାତାର..
ସେ କୋଶଳି ତାଳକୁ ଓଡ଼ିଆ ପାରମ୍ପରିକ ସଂଗୀତର ସଫଳ ମିଶ୍ରଣ କରି ଶାଳୀନ, ସୁନ୍ଦର ଏବଂ ଆଧୁନିକ ଗୀତ ସବୁର ନିର୍ମାଣ କରିଥିଲେ ଯାହାକି ସେ ସମୟର ହିନ୍ଦି ଗୀତର ଆବଶ୍ୟକତାକୁ ନିରର୍ଥ କରିଦେଇଥିଲା l ସରୋଜଙ୍କ ପ୍ରାୟ ଗୀତ ଚାରିସ୍ତରୀୟ ଛନ୍ଦ ବିଶିଷ୍ଟ l ଗୋଟିଏ ପରେ ଗୋଟିଏ ଛନ୍ଦ ସମ୍ପୂର୍ଣ୍ଣ ଗୀତ ମଧ୍ୟରେ ପୁନରାବୃତ୍ତି ହୋଇଥାଏ ୩/ଲଗାତାର...
ନୂଆ ଛନ୍ଦ ଆହୁରି ଅଧିକ ଆକର୍ଷକ ଶୈଳୀରେ ସ୍ବରର ତାଳେ ତାଳେ ପୂର୍ବ ଛନ୍ଦକୁ ଅନୁସରଣ କରିଥାଏ, ଫଳରେ ଦୁଇ ଛନ୍ଦ ମଧ୍ୟରେ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥାଏ l ତାଙ୍କର ବିଶିଷ୍ଟ ଶୈଳୀରେ ଢୋଲ ଏବଂ ତବଲା ବାଦନ ତାଙ୍କ ସଂଗୀତକୁ ଏକ ଅଲଗା ପରିଚୟ ଦେଇଛି l ୪/ଲଗାତାର...
ଭଜନ 'କେରି କେରି ସୁନା ଦୁବ', 'ଛଅ ଖଣ୍ଡ କାଠରେ', 'ମନ ମୟୂରୀ', 'ତୋ ଆଗରେ କିଛି ଧୂପ', 'ମୁଁ ତ ବଡ଼ ଦେଉଳର ପାରାରେ', 'ଶହେ ଆଠ ବେଲପତ୍ର', 'ଖଇ କଉଡ଼ି ବିଞ୍ଚି ବିଞ୍ଚି', ଏମିତି ଅନେକ ଭଜନ ଯେତେବେଳେ ଓଡ଼ିଶାର ସହର ବଜାର ଓ ପୁରପଲ୍ଲୀରେ ବାଜିଉଠେ, ଓଡ଼ିଆ ମନରେ ଆନନ୍ଦର ଲହରୀ ଖେଳିଯାଏ, ହୃଦୟରେ ବୃନ୍ଦାବନର ସ୍ମୃତି ଏବଂ ୫/ଲଗାତାର..
ଆଖି ଆଗରେ ନୀଳାଞ୍ଚଳର ଦୃଶ୍ୟ ନାଚିଉଠେ l
ସରୋଜ ଓଡ଼ିଆ ଆଧୁନିକ ଗୀତର ପଥ ପ୍ରଦର୍ଶକ ଥିଲେ l ଯେତେବେଳେ ଓଡ଼ିଆ ସଂଗୀତ ବଜାରରେ ଶାଳୀନ ଆଧୁନିକ ଗୀତ ବିରଳ ଥିଲା ତାଙ୍କର 'ପ୍ରଥମ ପ୍ରେମର ପ୍ରଥମ ଚିଠି' ଗୀତ ସମସ୍ତଙ୍କ ହୃଦୟ ଜିଣି ପାରିଥିଲା ୬/ଲଗାତାର..
ସରୋଜ ଓଡ଼ିଆ ଆଧୁନିକ ଗୀତର ପଥ ପ୍ରଦର୍ଶକ ଥିଲେ l ଯେତେବେଳେ ଓଡ଼ିଆ ସଂଗୀତ ବଜାରରେ ଶାଳୀନ ଆଧୁନିକ ଗୀତ ବିରଳ ଥିଲା ତାଙ୍କର 'ପ୍ରଥମ ପ୍ରେମର ପ୍ରଥମ ଚିଠି' ଗୀତ ସମସ୍ତଙ୍କ ହୃଦୟ ଜିଣି ପାରିଥିଲା ୬/ଲଗାତାର..
ଅନ୍ୟାନ୍ୟ ସଙ୍ଗୀତଜ୍ଞମାନେ ମଧ୍ୟ ଏହିପରି ଶାଳୀନ ଆଧୁନିକ ଗୀତ ନିର୍ମାଣ କରିବାରେ ପ୍ରୋତ୍ସାହିତ ହୋଇଥିଲେ l ତାପରେ ତାଙ୍କର ଆଲବମ 'ରଜନୀଗନ୍ଧା', 'ଚାନ୍ଦିନୀ', 'ତମ କଥା ମନେ ପଡେ', 'ଅମର ପ୍ରେମ', 'ଚକୋରି ଝରାନା ଲୁହ' ଆଦି ଗୋଟିଏ ପରେ ଗୋଟିଏ ବଜାରକୁ ସରଗରମ କରିଥିଲା ୭/ଲଗାତାର..
ଭଜନ 'ପରଂବ୍ରହ୍ମ ' ଅନେକ ଭାଷାରେ ରିଲିଜ ହୋଇଥିଲା ଏବଂ ଆଧୁନିକ ଆଲବମ 'ତମ କଥା ମନେ ପଡେ' ବହୁ ଆଦୃତ ହୋଇଥିଲା l ଏହି ଦୁଇଟି ଯାକ ଆଲବମ ଏ ପର୍ଯ୍ୟନ୍ତ ଅଧିକ ବିକ୍ରି ଆଲବମର ରେକର୍ଡ ଧାରଣ କରିଛନ୍ତି l ଯେତେବେଳେ ତାଙ୍କର ସମାଲୋଚକ ସେ କେବଳ ଆଲବମ ଦୁନିଆରେ ସଫଳ କହୁଥିଲେ ସେତେବେଳେ ୮/ଲଗାତାର..
ସେ ଓଡ଼ିଆ ଚଳଚିତ୍ର 'ଜୀବନ ସାଥୀ', 'ଆକାଶର ଆଖି', 'ଲକ୍ଷ୍ମୀ ପ୍ରତିମା' ରେ ସଫଳ ସଂଗୀତ ନିର୍ଦେଶନା ଦେଇଥିଲେ l ସେ ଚଳଚିତ୍ର 'ଲକ୍ଷ୍ମୀ ପ୍ରତିମା' ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦେଶକ ଭାବେ ପୁରସ୍କୃତ ହୋଇଥିଲେ l ସେ ତାଙ୍କ ଜୀବନ କାଳରେ ବିଭିନ୍ନ ଅନୁଷ୍ଠାନ ଏବଂ ରାଜ୍ୟ ତରଫରୁ ବହୁ ପୁରସ୍କାର ଏବଂ ପ୍ରଂଶସା ପତ୍ର ପ୍ରାପ୍ତ କରିଥିଲେ ୯/..
ସରୋଜ ନନ୍ଦ ଓଡିଶାର ବଲାଙ୍ଗୀର ସହରରେ ୧୮.୦୫.୧୯୫୯ରେ ପିତା ପରମା ନନ୍ଦ ଓ ମାତା ସୁବର୍ଣ୍ଣl ନନ୍ଦଙ୍କ ଠାରୁ ଜନ୍ମ ଗ୍ରହଣ କରିଥିଲେ l ସେ ବଲାଙ୍ଗୀର ନବ ଜୀବନ ବିଦ୍ୟାପିଠରେ ସ୍କୁଲପଢା ପରେ ରାଜେନ୍ଦ୍ର କଲେଜ, ବଲାଙ୍ଗୀରରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ l ୧୦/ଲଗାତାର..
କଲେଜ ଜୀବନରୁ ହିଁ ସେ ବିଭିନ୍ନ ଅର୍କେଷ୍ଟ୍ରାରେ ଢୋଲ ବାଦନ କରି ଭଲ ନାମ ଅର୍ଜନ କରିଥିଲେ l ପରବର୍ତ୍ତୀ ସମୟରେ ସେ କଟକ ଆସିଥିଲେ l କଟକରେ ପ୍ରତିଷ୍ଠିତ ହେବାପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ କିନ୍ତୁ ତାଙ୍କର ଅଦମ୍ୟ ପ୍ରଚେଷ୍ଟା ଓ ଅସୀମ ପ୍ରତିଭା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚେଇ ପାରିଥିଲା l ୧୧/ଲଗାତାର..
ସେ ଓଡିଶାର ପ୍ରମୁଖ ଗାୟକ ଭିକାରି ବଳ, ସୁବାସ ଦାସ, ଲୋପିତା ମିଶ୍ର, ଅନୁସୂୟା ନାଥ, ଶୁଭାଶିଷ, କ୍ରିଷ୍ଣା ଆଦି ଏବଂ ଜାତୀୟ ସ୍ତର ଗାୟକ ଅନୁରାଧା ପୌଡ଼ୱାଲ, ବାବୁଲ ସୁପ୍ରିୟୋ, ଉଦିତ ନାରାୟଣ, ମହମ୍ମଦ ଅଜିଜ, ସୋନୁ ନିଗମ ଆଦିଙ୍କୁ ନେଇ ଗୀତ ନିର୍ମାଣ କରିଛନ୍ତି l ତାଙ୍କର ଟ୍ରାକ ସରଂଚନା ଓ ସ୍ବର ସଂଯୋଜନା ଏତେ ପ୍ରଭାବଶାଳୀ ଥିଲାଯେ ୧୨/..
ଗୀତର ସଫଳତା ପାଇଁ ଗାୟକ ଏବଂ ଗୀତିକାରଙ୍କ ଭୂମିକାକୁ ହ୍ରାସ କରି ଦେଉଥିଲା l ତାଙ୍କ ନିର୍ଦେଶନାରେ କମ ଜଣାଶୁଣା ଆଞ୍ଚଳିକ ଗାୟକ ମାନେ ମଧ୍ୟ ବହୁ ଲୋକପ୍ରିୟ ଗୀତ ଦେଇଛନ୍ତି l ସେ ଏମିତି ଏକ ବିରଳ ପ୍ରତିଭାର ଅଧିକାରୀ ଥିଲେଯେ ଏକା ସମୟରେ ଦୁଇଟି ଯନ୍ତ୍ର ଦୁଇ ହାତରେ ଅଲଗା ଅଲଗା ବଜାଇ ପାରୁଥିଲେ l ୧୩/ଲଗାତାର..
କିନ୍ତୁ ସଂଗୀତ ଯାତ୍ରାର ପ୍ରାରମ୍ଭରେହିଁ ସେ ଅକସ୍ମାତ ଆଜିଦିନ ୨୦୦୦ ମସିହାରେ ମୁମ୍ବାଇରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ l ବହୁବର୍ଷ ବିତି ଗଲାପରେବି ଆଜିବି ତାଙ୍କ ସଂଗୀତ ଆକର୍ଷକ ଏବଂ ଆଧୁନିକ ମନେହୁଏ l ୧୪/ଲଗାତାର..
ଆଜିବି ବଡଦାଣ୍ଡରେ ତାଙ୍କ ସୁମଧୁର ସଂଗୀତ ବାଜିଉଠି ତାଙ୍କ ଅମର କୃତିସବୁ ପ୍ରଭୁ ଜଗନ୍ନାଥଙ୍କଠାରେ ଭକ୍ତିର ପସରା ଅର୍ପଣ କରୁଛି ଏବଂ ଭକ୍ତଙ୍କ ହୃଦୟକୁ ଆନ୍ଦୋଳିତ କରି ନୟନରୁ ଲୋତକର ଧାରା ଶ୍ରାବିତ କରୁଅଛି ଏବଂ ଆଗକୁ କରିଚାଲିଥିବ l ତାଙ୍କର ଆଉ କିଛି ବର୍ଷର ଉପସ୍ଥିତି ଓଡିଶା ସଂଗୀତ ପାଇଁ ବହୁତ ଲାଭ ଦାୟକ ହୋଇଥାନ୍ତା ୧୫/ଲଗାତାର..
ସରୋଜଙ୍କ ମୃତ୍ୟୁରେ ଓଡିଶାର ସୁନାମଧନ୍ୟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି କହିଥିଲେ "ସରୋଜ ବାଘ ଭଳି ସଂଗୀତ ଦୁନିଆକୁ ପ୍ରବେଶ କରିଥିଲେ, ବାଘ ଭଳି ଶାସନ କଲେ ଆଉ ବାଘ ଭଳି ଚାଲିଗଲେ ଯଦି ସେ ଆଉ କିଛି ବର୍ଷ ବଞ୍ଚିଥିଲେ ମୋ ରେକର୍ଡକୁ ନିଶ୍ଚୟ ଭାଙ୍ଗିଦେଇଥାନ୍ତେ l ୧୬/ଲଗାତାର..
ଗାୟିକା ଅନୁସୂୟା ନାଥ ତାଙ୍କର ସୁନ୍ଦର ଗଜଲ ତିଆରି କରି ପାରୁଥିବା ପ୍ରତିଭାକୁ ଏବେବି ମନେ ପକାନ୍ତି l ସୁନାମଧନ୍ୟ ଗାୟକ ମହମ୍ମଦ ଅଜିଜ ଗତବର୍ଷ ତାଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଗୋଟିଏ ପ୍ରଶ୍ନର ଉତ୍ତରରେ କହିଥିଲେ ସେ 'ତୁ ଚାଲିଯିବୁ ତୋ ଶାଶୁଘର ଗୀତକୁ କେବେ ଭୁଲି ପାରିବେ ନାହିଁ ଏବଂ ସରୋଜ ବାସ୍ତବରେ ଅଦ୍ଵିତୀୟ ୧୭/ଲଗାତାର..
ଲୋକପ୍ରିୟ ଗୀତିକାର ଶ୍ରୀକାନ୍ତ ଗୌତମ କହିଥିଲେ 'ସରୋଜ ଅଦ୍ଵିତୀୟ ଏବଂ ଯେ କୌଣସି ପ୍ରକାର ଲେଖାରୁ ସଫଳ ଗୀତ ନିର୍ମାଣ କରି ପାରୁଥିଲେ l ଓଡିଶାବାସୀ କିନ୍ତୁ ଆଶା ରଖିଛନ୍ତି ଦ୍ଵିତୀୟ ସରୋଜ ପାଇଁ ଯିଏକି ତାଙ୍କର ବସିୟତକୁ ଆଗକୁ ଅଗ୍ରସର କରାଇବେ.... 
...

